18/03/2023
🌹 ରାଷ୍ଟ୍ରୀୟ ନଵ ବର୍ଷର ଅଭିନନ୍ଦନ 🌹]
🌏 "ଚୈତ୍ର ଶୁକ୍ଳ ପ୍ରତିପଦା" 🌍
( ଆଗାମୀ ୨୨ / ୦୩ / ୨୦୨୩ )
[ କାହିଁକି, କେବେ କିପରି ପାଳନ କରିବା ଭାରତୀୟ ନୂତନ ବର୍ଷ - ପଢନ୍ତୁ ଓ ପାଳନକରନ୍ନ୍ତୁ )
👉 ବିଶ୍ୱର ସର୍ବାଧିକ ପ୍ରାଚୀନ ଏବଂ ବୈଜ୍ଞାନିକ କାଳଗଣନା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ବାସ୍ତବିକ ନବ ବର୍ଷ ଓ ଏହା ଶାସ୍ତ୍ର ସମ୍ମତ ଅଟେ ।
🌱ଭାରତୀୟ ନୂତନ ବର୍ଷର ବିଶେଷତ୍ୱ ।🌱
👉ବାସ୍ତବିକ ହିନ୍ଦୁମାନେ ରାତି ଅନ୍ଧାରରେ ନବ ବର୍ଷର ସ୍ୱାଗତ କରନ୍ତି ନାହିଁ....
..ପରନ୍ତୁ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଅଭିବାଦନ କରି ନବ ବର୍ଷକୁ ସ୍ୱାଗତ କରିଥାନ୍ତି ।
👏ବିନମ୍ର ଅନୁରୋଧ ।👏
🌷 ଆମ୍ଭେ ପରସ୍ପରକୁ ଏହି ଦିନ ଶୁଭକାମନା ଜଣାଇବା।
*ପ୍ରତ୍ୟେକ ସନାତନୀ ଏହାକୁ ପଢନ୍ତୁ , ପାଳନ କରନ୍ତୁ ଓ ନିଜ ପର ପିଢ଼ିକୁ ନିଜ ଧର୍ମ ସଂସ୍କୃତି ବିଷୟରେ ଜଣାନ୍ତୁ..................*
୧-🌍 -- ଆମ ଶାସ୍ତ୍ର ଅନୁସାରେ ଏହି ଦିନଟି ସୃଷ୍ଟି ରଚନାର ପ୍ରଥମ ଦିବସ ଅଟେ।
( ୧ ଅରବ ,୯୭ କୋଟି ,୨୯ ଲକ୍ଷ ,୪୯ ହଜାର, ୧୧୮ବର୍ଷ ପୂର୍ବେ ଏହି ଦିନରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ସୂର୍ଯ୍ୟୋଦୟ ସମୟରେ ପ୍ରଜାପତି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନାର ଅୟମାରମ୍ଭ ହୋଇଥିଲା ।)
👉[ ଚୈତ୍ର ମାସି ଜଗଦ୍ ବ୍ରହ୍ମା ସସର୍ଜ ପ୍ରଥମେऽହନି ।]
୨-🌍ସତ୍ୟଯୁଗର ଆରମ୍ଭ ।
ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ସତ୍ୟଯୁଗର ଆରମ୍ଭ ହୋଇଥିଲ।।
୩🌍 ଦଶାବତାର ମଧ୍ୟରୁ ପ୍ରଥମ "ମତ୍ସ୍ୟ ଅବତାର " ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ପ୍ରକଟ ହୋଇଥିଲେ ।
୪-🌍 ମର୍ଯ୍ୟଦା ପୁରୁଷୋତ୍ତମପ୍ରଭୁ ଶ୍ରୀ ରାମଚନ୍ଦ୍ର ଏହି ତିଥିରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ସିଂହାନରେ ଅଭିଷିକ୍ତ ହୋଇ ଥିଲେ ଓ ରାମରାଜ୍ୟ ପ୍ରତିଷ୍ଠା ହୋଇଥିଲା ।
୫🌍ଧର୍ମରାଜ ଯୁଧିଷ୍ଠିର ଏହିଦିନ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ସିଂହାସନରେ ଅଭିଷିକ୍ତ ହୋଇଥିଲେ ।
● କଳି ଯୁଗାବ୍ଦ ସଂବତ୍ସର-୫୧୨୫ ଆରମ୍ଭ ଏହିଦିନ ଠାରୁ
୬-🌍 ଶାଳିବାହନ ଶକାବ୍ଦ ୧୯୪୦ ଆରମ୍ଭ ଏହିଦିନ ଠାରୁ ।
( ୧୯୩୯ ବର୍ଷ ତଳୁ ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ଶକାବ୍ଦ ପ୍ରଚଳନ ହୋଇଥିଲା ।)
୭-🌍-ବିକ୍ରମ ସଂବତ୍ସର ୨୦୮୦ ପ୍ରାରମ୍ଭ. ଏହିଦିନ ଠାରୁ।
[ଏହି ଦିବସରେ "ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ୨୦୮୦ ବର୍ଷ ପୂର୍ବରୁ ବିକ୍ରମାଦିତ୍ୟଙ୍କ ଦ୍ୱାରା ନୂତନ ସଂବତ୍ସର ପ୍ରଚଳନ କରାଯାଇଥିଲା , ଯାହାକୁ ବିକ୍ରମ ସମ୍ବତ କୁହାଯାଏ।]
୮-🌍 ନବରାତ୍ର ( ବାସନ୍ତିକ )ପ୍ରାରମ୍ଭ ଏହିଦିନ ଠାରୁ ।।
[ ଶକ୍ତି ଓ ଭକ୍ତିର ନିଦର୍ଶନ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମୋତ୍ସବର ୯ ଦିନ ପୂର୍ବରୁ ଅର୍ଥାତ୍ ଏହିଦିବସ ଠାରୁ ପାଳନ କରାଯାଏ ।
୯-🌍 ୧୮୭୨ ମସିହାରେ ଶ୍ରୀରାମଜନ୍ମଭୂମି ଆନ୍ଦୋଳନର ନ୍ୟାୟିକ ପ୍ରକ୍ରିୟା ହେତୁ ହିନ୍ଦୁ ମହାସଭା ଟ୍ରଷ୍ଟ ସ୍ଥାପନ ଏହି ଦିନ ପ୍ରାରମ୍ଭ ହୋଇଥିଲା । ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ]
୧୦-🌍୧୮୮୨ ମସିହାରେ ଧର୍ମ ଓ ରାଷ୍ଟ୍ର ହିତ ନିମନ୍ତେ ଏହିଦିନ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] 'ପଞ୍ଜାବ ହିନ୍ଦୁ ମହାସଭା' ସ୍ଥାପନ ଓ ଏହାହିଁ ଏସିଆ ମହାଦେଶର ପ୍ରଥମ ରାଜନୈତିକ ପାର୍ଟି ରୂପେ ଦଣ୍ଡାୟମାନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା 'ଅଖିଳ ଭାରତୀୟ ହିନ୍ଦୁ ମହାସଭା' ନାମରେ ନାମିତ ହେଲା ।
୧୧-🌍 ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ହୋଇଥିଲା ।
୧୨-🌍 ଏହିଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା" ତିଥିରେ ] ପ୍ରସିଦ୍ଧ ସମାଜ ରକ୍ଷକ "ସନ୍ଥ ଝୂଲେଲାଲ୍ "ଙ୍କ ଜନ୍ମ ଦିବସ ।
୧୩-🌍 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡ. କେଶବବଳୀରାମ ହେଡଗେୱାରଙ୍କର ଜନ୍ମଦିବସ ।
👉ଏହିପରି ଭାବରେ ସନାତନ ହିନ୍ଦୁଧର୍ମର କାଳ ଗଣନା ଅନେକ ପ୍ରଚୀନ ଓ ଶାସ୍ତ୍ର ସମ୍ମତ ହୋଇଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦା [ ନବ ବର୍ଷ ] ମହାପର୍ବକୁ ବ୍ୟକ୍ତିଗତ ଓ ସାମୁହିକ ଭାବରେ ପାଳନ କରିବା ଉଚିତ୍ ।
🌱କିପରି ପାଳନ କରିବା ।
🌷ଏହିଦିନ ସମସ୍ତ ହିନ୍ଦୁ ନିଜ ନିଜ ଗୃହର ପ୍ରାଙ୍ଗଣକୁ ଗୋମୟରେ ଲିପି କିମ୍ବା ପରିଷ୍କାର କରି ଝୋଟି,ଚିତା,ମୂରୁଜରେ ଚିତ୍ରିତ କରି ପୂର୍ଣକୁମ୍ଭ ,ଆମ୍ବ ତୋରଣ, କଦଳୀ ଗଛ ଇତ୍ୟାଦି ସ୍ଥାପନ ପୂର୍ବକ ସ୍ୱଗୃହକୁ ତଥା ଆଲୋକ ସଜା ଇତ୍ୟାଦିରେ ସଜାଇବା ଉଚିତ୍ ।
🌷- ପ୍ରାତଃ ସ୍ନାନ ପୂର୍ବକ ସପରିବାର ପ୍ରଦୀପ ପ୍ରଜ୍ୱଳନକରି ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ,ଚନ୍ଦ୍ରାଦି ଗ୍ରହ,ନକ୍ଷତ୍ର ଓ ଦେବାଦେବୀଙ୍କର ଅର୍ଚ୍ଚନ ବନ୍ଦନ ପୂଜନାଦି କରିବା ଉଚିତ୍ ।
🌷ନଗର କୀର୍ତ୍ତନ ପ୍ରତ୍ୟେକ ଗ୍ରାମରେ କରିବା ଉଚିତ୍ ।
🌷ନବ ବସ୍ତ୍ରାଦି ପରିଧାନ ପୂର୍ବକ ଗୋପୂଜନ,
ଗୁରୁପୂଜନ,ଇଷ୍ଟ ଦେବତା ପୂଜନାଦି
କରିବା ଉଚିତ୍ ।
🌷 ଦେବାଳୟ,ନଦୀତଟ,ପୁଷ୍କରିଣୀ ତଟ , ଇତ୍ୟାଦି ସାମୁହିକ ସ୍ଥାନରେ ବିଶ୍ୱକଲ୍ୟାଣ ନିମନ୍ତେ ଅଭିଜ୍ଞ ବ୍ୟକ୍ତି ମାନଙ୍କ ପରାମର୍ଶ କ୍ରମେ ନୂତନ ବର୍ଷରେ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ନେଇ ନୂତନ ବର୍ଷର ସ୍ୱାଗତ ଓ ଧର୍ମକୃତ୍ୟମାନ ଆୟୋଜନ କରାଯିବା ଉଚିତ୍ ।
🌷*ସର୍ବଶେଷରେ ପାଶ୍ଚାତ୍ୟାଭିମୁଖୀ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ବିଧର୍ମୀମାନଙ୍କ ଚକ୍ରାନ୍ତରୁ ନିବୃତ୍ତ ହୋଇ "ସୁସଂସ୍କୃତ- ସୁଶିକ୍ଷିତ -ସୁରକ୍ଷିତ- ସମ୍ପନ୍ନ -ସେବା ପରାୟଣ ବ୍ୟକ୍ତିତ୍ୱ ନିର୍ମାଣ ତଥା "ଧର୍ମ ନିୟନ୍ତ୍ରିତ , ପକ୍ଷପାତ ବିହୀନ, ଶୋଷଣ ବିନିର୍ମୁକ୍ତ, ସର୍ବହିତପ୍ରଦ ,ସୁସ୍ଥ ସମାଜ ସଂରଚନା ପୂର୍ବକ ଭାରତକୁ ବିଶ୍ୱଗୁରୁ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଦୃଢସଂକଳ୍ପବଦ୍ଧ ହେବା* ।
*ଧର୍ମ ରକ୍ଷତିଃ ରକ୍ଷୀତଃ - ଅର୍ଥାତ୍ ଧର୍ମ କୁ ରକ୍ଷା କଲେ ହିଁ ଧର୍ମ ଆମକୁ ରକ୍ଷା କରିବ*
*ଭାରତ ମାତା କି ଜୟ*