29/05/2026
ଖଇରା ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୂର ପଞ୍ଚାୟତ ର ସାଲମାଗଡ଼ିଆ ରାସ୍ତା ପାର୍ଶ୍ବରେ ଆଲୋକି କାରଣ ବ୍ୟବସ୍ଥା କରାଯାଇଛି, ଯୁବନେତା, ସମାଜସେବୀ ଇଂ. ରାଜେଶ ମହାକୁଡ କ ଉଦ୍ୟମରେ ସମ୍ଭାବନା ଟ୍ରଷ୍ଟ ପକ୍ଷରୁ ଏହି ଆଲୋକିତ ବ୍ୟବସ୍ଥା କରାଯାଇଛି. ଏହି ଅବସରରେ ଅତିଥି ଭାବେ ଯୁବନେତା ଇଂ. ରାଜେଶ ମୋହାକୁଡ, ମହେଶ୍ଵର ନାଥ, ମାନସ ମୁଦୁଲି, ଦିନେଶ ଜେନା, ଉମେଶ ଜେନା ସମେତ ବହୁ ଅଞ୍ଚଳ ବାସୀ ଉପସ୍ଥିତ ରହି ଉଦଘାଟନ କରିଥିଲେ l, ଏହି ରାସ୍ତା ଦେଇ ବହୁ ଗ୍ରାମବାସୀ ତଥା ଏଠାରେ ଥିବା ମଠ କୁ ଦୈନଦିନ ବହୁ ଲୋକ ଯାତାୟତ କରନ୍ତି କିନ୍ତୁ ଏହି ରାସ୍ତା ଟି ସମ୍ପୂର୍ଣ୍ଣ ଅନ୍ଧାର ଓ ନିଛାଟିଆ ହୋଇଥିବାରୁ ସନ୍ଧ୍ୟାପରେ ଲୋକମାନେ ଯାତାୟତ ହେବା ରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି. ଏହି ବିଷୟରେ ଯୁବନେତା ଇଂ. ରାଜେଶ ମୋହାକୁଡ କୁ ଜଣାଇବାରୁ ତୁରନ୍ତ ପଦକ୍ଷପ ସ୍ଵରୁପ ନିଜ ବ୍ୟକ୍ତି ଗତ ପାଣ୍ଠି ରୁ ଏହି କାର୍ଯ୍ୟ କରିଥିଲେ. ଏଥି ପାଇଁ ଅଞ୍ଚଳ ବାସୀ ବହୁ ଖୁସୀ ବ୍ୟକ୍ତ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି l