02/06/2026
#ବୃହଷ୍ପତି_ଚଳନ #କର୍କଟ_ରାଶିକୁ
୦୨/୦୬/୨୦୨୬ ରୁ ୨୬/୦୬/୨୦୨୭
∆===================∆
• ୧୪/୦୭/୨୦୨୬ ରୁ ୧୨/୦୮/୨୦୨୬ ବୃହଷ୍ପତି ଅସ୍ତ ଦୁର୍ବଳ ରହିବେ ।
• ୩୧/୧୦/୨୦୨୬ ରୁ ୨୫/୦୧/୨୦୨୬ ବକ୍ର ଚଳନ କରିବେ ସିଂହ ରାଶିକୁ ।
• ବୃହଷ୍ପତି ଶୁଭ ଗୋଚରେ ଫଳ :- ୨ୟ, ୫ମ, ୭ମ, ୯ମ, ୧୧ଶ ରେ ଧନଧାନ୍ୟ ସ୍ତ୍ରୀପୁତ୍ର ଭୂମୀ ଆଦି ଲକ୍ଷ୍ମୀ ପ୍ରାପ୍ତି ।
• ବୃହଷ୍ପତ ଅଶୁଭ ଗୋଚରେ ଫଳ :- ଜନ୍ମ ରାଶିରେ ଭୟ ଓ କର୍ମରେ ସ୍ଥାନଚ୍ୟୁତ, ୩ୟରେ ଶରୀର ପୀଡ଼ା, ୪ର୍ଥରେ ଧନହାନି ଅପ୍ରୀୟ, ୬ଷ୍ଠରେ ରୋଗ ଓ ଶତୃବୃଦ୍ଧି, ୮ମରେ ସ୍ୱାସ୍ଥ୍ୟ ଓ ସମ୍ପଦ ନାଶ, ୧୦ମରେ ପ୍ରଣୟ ଭଙ୍ଗ ଓ ପ୍ରୀତିନାଶ, ୧୨ଶରେ ବ୍ୟୟ ବୃଦ୍ଧି ଓ ଶରୀର କ୍ଳେଶ ।
୧୨ ରାଶି ଉପରେ ପ୍ରଭାବ :-
----------------------------
• ମେଷ(୪ର୍ଥ) - ବହୁ ପ୍ରକାର କଷ୍ଟ ପ୍ରାପ୍ତି, ଧନହାନୀ, ବନ୍ଧୁବାନ୍ଧବ ପରିବାର ସଦସ୍ୟ ଙ୍କ ଠାରୁ କ୍ଳେଶ ପ୍ରାପ୍ତି ହେବ । ସୁଖଶାନ୍ତି କାରକ ଦ୍ରବ୍ୟ ହାନି ।
• ବୃଷ(୩ୟ) - ଧର୍ଯ୍ୟହାନି, ଅସ୍ଥିର ମନ, ଶରୀର ପୀଡ଼ା, ସ୍ଥାନଚ୍ୟୁତ, ପାରିବାରିକ ଅଶାନ୍ତି, କର୍ମକ୍ଷେତ୍ରରେ ଅଶାନ୍ତି ବୃଦ୍ଧି ।
• ମିଥୁନ(୨ୟ) - ବିଭିନ୍ନ ଦିଗରୁ ଧନ ରୋଜଗାର ବୃଦ୍ଧି, ସୁଖ ସୌଭାଗ୍ୟ ବୃଦ୍ଧି, ବିଚକ୍ଷଣ ବୁଦ୍ଧି, ଶତୃ ସଂହାର, ଧନ ଆନନ୍ଦ ପ୍ରାପ୍ତି ।
• କର୍କଟ(୧ମ ବା ଜନ୍ମ) - ନିଜ ଲୋକଙ୍କ ଠାରୁ କପଟତାର ଶିକାର ହେବେ । କର୍ମ କ୍ଷେତ୍ର ପରିବର୍ତ୍ତନ କିମ୍ବା କର୍ମଚ୍ୟୁତ ହୋଇପାରେ । ନାନା ଉପାୟରେ ହଇରାଣ ହେବାକୁ ପଡ଼ିବ ।
• ସିଂହ(୧୨ଶ) - ମନ ଓ ବୁଦ୍ଧି କୁମାର୍ଗରେ ଗତି, ସ୍ଥାନେ ସ୍ଥାନେ କଳହର ବାତାବରଣ ସୃଷ୍ଟି, ଅଯଥା ବ୍ୟୟ ଓ ଋଣ କରିବାକୁ ପଡିବ ।
• କନ୍ୟା(୧୧ଶ) - ବହୁଦିଗରୁ ଧନ, ମାନସମ୍ମାନ, ପଦପଦବି, ରାଜନୀତିରେ ସଫଳତା, ଭୂମୀ ଗାଡ଼ି ଘର ଆଦି ପ୍ରାପ୍ତ ହେବ। ବହୁ ଦିଗରୁ ଉନ୍ନତି ହେବ।
• ତୁଳା(୧୦ମ) - କର୍ମରେ ଅବନତି, କଳହର ସୂତ୍ରପାତ, ସ୍ଥାନଚ୍ୟୁତ କିମ୍ବା କର୍ମଚ୍ୟୁତ କରାଇବେ । ଅବିଶ୍ୱାସ ଭାବନା ପ୍ରଣୟ ଭଙ୍ଗ, ପ୍ରୀଟିନାଶ ଓ ମନକୁ ଅଶାନ୍ତ ରଖିବ ।
• ବିଛା(୯ମ) - ବହୁ ଦିଗରୁ ଭାଗ୍ୟୋଦୟ, ଧନ ମାନସମ୍ମାନ ପଦପଦବି ବୃଦ୍ଧି, ରୋଜଗାର କର୍ମରେ ଉନ୍ନତି, ବିଦେଶ। ଗମନ ।
• ଧନୁ(୮ମ) - ଆଧ୍ୟାତ୍ମିକ ଭାବନା, ଭଗବାନ ବିଶ୍ୱାସୀ ଓ ଧର୍ମକର୍ମ କରାଇବେ ମାତ୍ର ନାନାବିଧ ଧନହାନୀ, ଶରୀର କ୍ଲେଶ ଓ ଦୂର୍ଯୋଗ ସୃଷ୍ଟି କରାଇବେ ।
• ମକର(୭ମ) - ବିଚକ୍ଷଣ ବୁଦ୍ଧି, ବିଦ୍ୟା, ବୈବାହିକ ସୁଖଶନ୍ତି, ପ୍ରେମରେ ସଫଳତା, ବିଭିନ୍ନ ଦିଗରୁ ଅର୍ଥ ରୋଜଗାର ବୃଦ୍ଧି, ଅନେକ ପ୍ରକାର ସୁଖ ଭୋଗ ।
• କୁମ୍ଭ(୬ଷ୍ଠ) - ବହୁ ଦିଗରୁ ଅଶାନ୍ତି, ଶତୃ ବୃଦ୍ଧି, ରୋଗ ବୈରାଗ ଏବଂ ମନ ଈର୍ଷା ପରାୟଣ ହେବ ।
• ମୀନ(୫ମ) - ଅନେକ ପୁତ୍ର ପୌତ୍ରାଦି, ସୁଖ ସମୃଦ୍ଧି ଓ ଧନ ସମ୍ପତ୍ତି ପ୍ରଦାୟକ ହେବେ । ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବ । କର୍ମରେ ସଫଳତା ପଦୋନ୍ନତି ଏବଂ ରୋଜଗାର ବୃଦ୍ଧି ହେବ ।
ପ୍ରତିକାର :-
୧) ପ୍ରତି ଗୁରୁବାର ହଳଦିଆ ବସ୍ତ୍ର ପରିଧାନ କରି ଦେବୀ ତାରିଣୀ ଦର୍ଶନ ।
୨) ୭ଟି ହଳଦୀ ତାରିଣୀ ପୀଠରେ ପୂଜା କରି ରଖିବେ ।
୩) ପାରାଙ୍କୁ ଖାଇବାକୁ ଦେବେ ।
୪) ବ୍ରହ୍ମଜଷ୍ଠୀ ଚେର ହଳଦିଆ ସୂତାରେ ଧାରଣ କରିବେ ।
୫) ଗ୍ରହବିପ୍ର ଙ୍କୁ ଦାନ କରିବେ - ଗୁଡ, ହଳଦୀ, ହଳଦିଆ ବସ୍ତ୍ର, ପୁଷ୍ପରାଗ ମଣୀ ଓ ଲୁଣ ।
୬) ୫ରତିର ହଳଦିଆ ପୋଖରାଜ୍ ରତ୍ନ ଡାହାଣ ହାତ ବିଶି ଆଙ୍ଗୁଠିରେ ଧାରଣ କରିବେ ।