Acharya Satyakam Paramguru

Acharya Satyakam Paramguru Astrology and Vastu Shastra

01/11/2025
20/05/2025

A wise person doesn’t just know facts—they know how and when to use them.The Buddha is considered wise because he understood the truths of life and suffering...

23/12/2024

Happy New Year
2025

13/10/2024

*🌹🌼👉 ଆଚାର୍ଯ୍ୟ ପଞ୍ଜିକା👈🌼🌹*
*✧═════•❁❀❁•═════✧*
*ଅଦ୍ୟ ଅକ୍ଟୋବର ମାସ ୧୪ ତାରିଖ ୨୦୨୪ ମସିହା(ସୋମବାର)*
*ଶକାବ୍ଦ -୧୯୪୬*
*ସମ୍ବତ -୨୦୮୧*
*ଦିଲ୍ଲୀସ୍ୱରାଦ୍ଧ-୧୪୩୨*
*ସମ୍ବତ୍ସର-କାଳ*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଏକାଦଶୀ ଦିବା ଘ୦୬/୫୬ ଗତେ ଦ୍ୱାଦଶୀ*
*ନକ୍ଷତ୍ର- ଶତଭିଷା ରାତ୍ରି ଘ୦୧/୩୦ ଗତେ ପୂର୍ବ ଭାଦ୍ର*
*ଚନ୍ଦ୍ର - କୁମ୍ଭ*
*ଯୋଗ- ଗଣ୍ଡ*
*କରଣ - ବିଷ୍ଟି*
*ସୌରମାସ- କନ୍ୟା ୨୯ ଦିନ*
*✧═════•❁❀❁•════
✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୩୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୪୬*
*✧═════•❁❀
*ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୬/୫୫ ଗତେ ନୈରୁତେ*
*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର*
*ମିଥୁନ ରାଶି ର ଘାତବାର*
✧═════•❁❀❁•═══
*କାଳବେଳା -ଦିବା ଘ୦୭/୧୪ ଗତେ ଘ୦୮/୪୧ ମଧ୍ୟେ*
*ବାରବେଳା - ଦିବା ଘ୦୨/୨୪ ଗତେ ଘ୦୩/୫୩ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଘ୦୮/୫୭ ଗତେ ଘ୧୧/୨୧ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି*
═✧*══•❁❀❁•═════✧
*ଅଦ୍ୟ ପୋଇ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*www.satyajyotishya.com*
*✧═════•❁❀❁•═════✧*
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*
*🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
*✧═════•❁❀❁•═════✧*
*🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
*✧═════•❁❀❁•═════✧*
*🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
*✧═════•❁❀❁•═════✧*
*🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
*✧═════•❁❀❁•═════✧*
*🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
*✧═════•❁❀❁•═════✧*
*🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
*✧═════•❁❀❁•═════✧*
*🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
*✧═════•❁❀❁•═════✧*
*🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
*✧═════•❁❀❁•═════✧*
*🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।*

Astrology and Vastu Shastra

12/10/2024

*🌹🌼👉 ଆଚାର୍ଯ୍ୟ ପଞ୍ଜିକା👈🌼🌹*
*✧═════•❁❀❁•═════✧*
*ଅଦ୍ୟ ଅକ୍ଟୋବର ମାସ ୧୩ ତାରିଖ ୨୦୨୪ ମସିହା(ରବିବାର)*
*ଶକାବ୍ଦ -୧୯୪୬*
*ସମ୍ବତ -୨୦୮୧*
*ଦିଲ୍ଲୀସ୍ୱରାଦ୍ଧ-୧୪୩୨*
*ସମ୍ବତ୍ସର-କାଳ*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଦଶମୀ ଦିବା ଘ୦୯/୨୧ ଗତେ ଏକାଦଶୀ*
*ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୩/୪୧ ଗତେ ଶତଭିଷା*
*ଚନ୍ଦ୍ର - ମକର ଦିବା ଘ୦୪/୩୧ ଗତେ କୁମ୍ଭ*
*ଯୋଗ- ଶୂଳ*
*କରଣ - ଗର*
*ସୌରମାସ- କନ୍ୟା ୨୮ ଦିନ*
*✧═════•❁❀❁•════
✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୧୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୩୬*
*✧═════•❁❀
*ଯୋଗିନୀ ନୈରତେ ଦିବା ଘ ୦୯/୨୧ ଗତେ ଅଗ୍ନିକୋଣେ*
*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ସିଂହ ରାଶିର ଘାତ ଚନ୍ଦ୍ର*
*ମେଷ ରାଶି ର ଘାତବାର*
*ମୃଣ୍ମୟୀ ଦେବୀ ଙ୍କ ଦଶହରା ପୂଜା*
✧═════•❁❀❁•═══
*କାଳବେଳା ଓ ବାରବେଳା - ଦିବା ଘ୧୦/୬ଗତେ ଘ୦୧/୦୦ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ ଗତେ ଘ୦୮/୫୫ ମଧ୍ୟେ ଓ ଘ୦୧/୦୨ ଗତେ ଘ୦୩/୨୧ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୦ ଗତେ ଘ୦୪/୫୬ ମଧ୍ୟେ*
═✧*══•❁❀❁•═════✧
*ଅଦ୍ୟ କଳମ ଶାଗ ଦିବା ଘ ୦୯/୨୦ ଗତେ ଶିମ୍ବ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*ଆଚାର୍ଯ୍ୟ ସତ୍ୟକାମ*
*ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର*
*ଜ୍ୟୋତିଷ ଭବନ*
*କଟକ-୭୫୪୦୨୫*
*ମୋବାଇଲ-୯୧୨୪୭୯୧୨୪୬*
*www.satyajyotishya.com*
*✧═════•❁❀❁•═════✧*
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*
*🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🍁ବୃଷ🍁👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
*✧═════•❁❀❁•═════✧*

*🍁ମିଥୁନ🍁👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🍁କର୍କଟ🍁👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🍁ସିଂହ🍁👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*
*✧═════•❁❀❁•═════✧*

*🍁କନ୍ୟା🍁👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।*

*✧═════•❁❀❁•═════✧*
*🍁ତୁଳା🍁👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
*✧═════•❁❀❁•═════✧*

*🍁ବିଛା🍁👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*
*✧═════•❁❀❁•═════✧*

*🍁ଧନୁ🍁👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
*✧═════•❁❀❁•═════✧*

*🍁ମକର🍁👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🍁କୁମ୍ଭ🍁👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।*

*✧═════•❁❀❁•═════✧*
*🍁ମୀନ 🍁👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*
*✧═════•❁❀❁•═════✧*

Astrology and Vastu Shastra

Address

Acharya Satyakaam, Jyotishya Bhaban, 754025
Cuttack
754025.

Alerts

Be the first to know and let us send you an email when Acharya Satyakam Paramguru posts news and promotions. Your email address will not be used for any other purpose, and you can unsubscribe at any time.

Share