Jay Jagannath Group Seva Puja

Jay Jagannath Group Seva Puja Jay Jagannath Group Seva Puja is an online portal that connects the divine to the devotees.

It allows you to book different kinds of sevas at various temples of your choice arround the puri (odisha) including Lord jagannath temple .

⚫❗⚫-: ll *ଆଜି ଠୁ ମହାପ୍ରଭୁଙ୍କ ଝୁଲଣ ଯାତ* ll :- "ଝୁଲିବେ ତ ଆଜ         କୁଞ୍ଜେ  ବ୍ରଜରାଜ           ଭୁଲି ନ ଯିବ କେ ଚାହିଁ।।"      ...
23/08/2026

⚫❗⚫
-: ll *ଆଜି ଠୁ ମହାପ୍ରଭୁଙ୍କ ଝୁଲଣ ଯାତ* ll :-

"ଝୁଲିବେ ତ ଆଜ କୁଞ୍ଜେ ବ୍ରଜରାଜ
ଭୁଲି ନ ଯିବ କେ ଚାହିଁ।।"

|| आसाढ़े गुंडिचा यात्रा, श्राबणे कुंज मंदिरम् ||

ଶ୍ରୀ ମଣିମା ଙ୍କ ଶ୍ରାବଣ ର ଝୁଲଣ କୁଞ୍ଜ ବେଶ ଓ ଲୀଳା। ଯଦ୍ୟପି ଏହା ମହାପ୍ରଭୁ ଙ୍କ ଦ୍ବାଦଶ ଯାତ୍ରା ଅନ୍ତର୍ଭୁକ୍ତ ନୁହଁ ତଥାପି ଏହା ଏକ ଉପଯାତ୍ରା ରୂପେ ପାଳିତ ହୁଏ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଝୁଲଣକୁଞ୍ଜରେ ପରିଣତ ହୋଇଥାଏ । ବିଭିନ୍ନ ପଶୁପକ୍ଷୀ, ଜୀବଜନ୍ତୁଙ୍କ ପ୍ରତିକୃତିରେ ସୁସଜ୍ଜିତ ହୋଇଛି ଏହି ଝୁଲଣକୁଞ୍ଜ। ଶ୍ରୀ ମହାପ୍ରଭୁ ଙ୍କ ଆଜ୍ଞା ପାଇ ଶ୍ରୀ ମଦନମୋହନ, ଶ୍ରୀ ଦେବୀ ଓ ଭୂ ଦେବୀ ଝୁଲଣ ରେ ବିଜେ ହୋଇ ଝୁଲଣକୁଞ୍ଜରେ ସଖୀ, ସହଚରୀଙ୍କ ସହ ଦୋଳି ଖେଳିଥାନ୍ତି। ୭ ଦିନ ଧରି ଶ୍ରୀମନ୍ଦିରରେ ଝୁଲଣଯାତ୍ରା ଅନୁଷ୍ଠିତ ହେବ ।

ଶ୍ରୀ ମନ୍ଦିର ବ୍ୟତିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଶ୍ରୀକ୍ଷେତ୍ରର ମଠ, ମନ୍ଦିରରେ ବି ଆଜିଠାରୁ ଝୁଲଣଯାତ୍ରା ଆରମ୍ଭ ହେବ।ଜଗନ୍ନାଥବଲ୍ଲଭ ମଠ, ରାଧାବଲ୍ଲଭ ମଠ, ରା‌ଧେଶ୍ୟାମ ମଠ, ମଣିରାମ ମଠ ପ୍ରମୁଖ ଝୁଲଣର ବଡ଼ ବଡ଼ ତୋରଣ ପ୍ରସ୍ତୁତ କରିବା ସହ ରାଧାକୃଷ୍ଣଙ୍କ ସହ ଅନ୍ୟ ଦେବଦେବୀଙ୍କୁ ଝୁଲଣକୁଞ୍ଜରେ ବସାଇ ପୂଜାର୍ଚ୍ଚନା କରିଥାନ୍ତି। ଅନ୍ନ ବ୍ୟଞ୍ଜନଠାରୁ ଆରମ୍ଭ କରି ନାନାଦି ଭୋଗ ଲାଗି କରିଥାନ୍ତି। ଓଡିଶାର ଅନ୍ୟାନ୍ୟ ମଠ ମନ୍ଦିର ରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି।

ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ଶ୍ରାବଣ ଶୁକ୍ଳ ଦଶମୀ ତିଥିଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୭ ଦିନ ଧରି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ନୀତି ପାଇଁ ଭଣ୍ଡାର ରୁ ରୂପା ଗିନା ଆସେ। ଘଟୁଆରୀ ଚନ୍ଦନ ଆଣି ଯୋଗାଇ ଥାଆନ୍ତି। ଭଣ୍ଡାର ମେକାପ ଅଳଙ୍କାର ଯୋଗାଇ ଥାଆନ୍ତି। ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗା ଯାଇଥାଏ।ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧରେ ସେବକଙ୍କର ଆବଶ୍ୟକତା ପଡିଥାଏ। ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ, ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ବୃନ୍ଦାବନରେ ବାସ କରୁଥିଲେ। ବର୍ଷାକାଳରେ ଗୋପାଙ୍ଗନାମାନେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଯମୁନା କୁଞ୍ଜରେ ଦୋଳିରେ ବସାଇ ଝୁଲାଉଥିଲେ। ଏଥିରେ କେବଳ ରାଧା-କୃଷ୍ଣ ନୁହନ୍ତି, ଗୋପାଙ୍ଗନାମାନେ ମଧ୍ୟ ଆନନ୍ଦ ପାଉଥିଲେ। ବର୍ଷାକାଳରେ ହେଉଥିବା ଏହି ରାସକୁ ପ୍ରାବୃତରାସ ବୋଲି କୁହାଯାଇଥାଏ। ଏହି ରାସର ସ୍ମରଣରେ କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ପାଳିତ ହୋଇ ଆସୁଛି।

ଆଜି ଝୁଲଣ ର ପ୍ରଥମ ଦିନ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକ ଙ୍କୁ ଡାକିଥାନ୍ତି। ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀ ଜୀଉମାନ ଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନ କୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି। ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ। ଏହି ଦିନ ଏହି ସମୟରେ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣ ରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଏହାଙ୍କ ବିଜେ କରାନ୍ତି। ଏହିଠାରେ ୩ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି। ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରା ରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିଥାନ୍ତି। ଏହାପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ। ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ , ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନ ରୁ ଓଲ୍ହାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥାନ୍ତି। ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଲାଗି କରିଥାନ୍ତି। ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ , ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି। ଏଠାରେ ବିଡ଼ିଆ ମଣୋହି ହୋଇଥାଏ। ଭିତରେ ସନ୍ଧ୍ୟଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା କରିଥାନ୍ତି । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଞ୍ଚ ଉପଚାର ରେ ପୂଜା କରିଥାନ୍ତି। ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି।

ରତ୍ନସିଂହାସନରେ ଶ୍ରୀଜୀଉ ଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନ ଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ , ଭୂଦେବୀ ଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି।

ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।🙏❤️

🍃🍂🍃🍂🍃🍂🍃🍂🍃🍂🍃🍂🍃🍂🍃🍂🍃🍂🍃🍂

11/08/2026
11/08/2026
⚫❗⚫ll *ଅଧରପଣା ll*       ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ...
26/07/2026

⚫❗⚫
ll *ଅଧରପଣା ll*

ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।

ll କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା ? ll :-

ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା । କାରଣ, ଅନେକ ସମୟରେ ବାହୁଡ଼ାଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା । ତେଣୁ ଦଶମୀ ପରବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା । କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ । ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତିପାଇଁ ସମୟାଭାବ ହେଲା । ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।

ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ‘ଅମୃତକୁଣ୍ଡ’ ନାମକ ଗୋଟିଏ ବିଶେଷ ପଣାଭୋଗ ହେଉଥିଲା । କିନ୍ତୁ ତାହା ଏବେ ବିଲୁପ୍ତ ହୋଇଯାଇଛି। ‘ନୀଳାଦ୍ରି ମହୋଦୟ’ରେ ମଧ୍ୟ ପଣାଭୋଗ ପ୍ରସ୍ତୁତି ହେଉଥିଲା ।ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ । ସେଥିରେ କର୍ପୂର, ଗୋଲମରିଚଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବ।

ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା । ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ । ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା । ଏବେ ସେହି ଭୋଗ ବିଲୁପ୍ତ ହୋଇଯାଇଛି । କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି ।

ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି

ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି ।ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।

ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ତଳୁଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ଭିତରଛ ମହାପାତ୍ର, ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।

କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାଶ୍ୱର୍ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।🙏❤️

⚫❗⚫ll *ଗରୁଡ଼ ଶୟନ ନୀତି* ll ନିତ୍ୟଂ ପଦ୍ମାଳୟେଶଂ ଦ୍ରୁତଗତିଂ ବପୁଷା ପୃଷ୍ଠଭାଗେ ବହନ୍ତଂ ।ବୀରଂ ଚକ୍ରୀ କୁଳାନାମବିରତ ସକଳ ଛେଦନେ ବଜ୍ରଦକ୍ଷମ...
26/07/2026

⚫❗⚫
ll *ଗରୁଡ଼ ଶୟନ ନୀତି* ll

ନିତ୍ୟଂ ପଦ୍ମାଳୟେଶଂ ଦ୍ରୁତଗତିଂ ବପୁଷା ପୃଷ୍ଠଭାଗେ ବହନ୍ତଂ ।
ବୀରଂ ଚକ୍ରୀ କୁଳାନାମବିରତ ସକଳ ଛେଦନେ ବଜ୍ରଦକ୍ଷମ୍ ॥
ପକ୍ଷାଘାତୈ ରିପୂଣାମକଳନଦଳନେ ଧୂରିଣଂ କାଶ୍ୟପେୟଂ ।
ବନ୍ଦେ ଶ୍ରୀକାନ୍ତ ବକ୍ତ୍ରାଭିମୁଖ ମବିରତଂ ଖେଚରଂ ବୈନତେୟମ୍ ॥

ଗରୁଡ଼ ହିନ୍ଦୁ ପୁରାଣମାନଙ୍କରେ ପକ୍ଷୀ ଦେବତା ଭାବରେ ଖ୍ୟାତ ହେଲେ ହେଁ ତାଙ୍କର ସ୍ୱତନ୍ତ୍ର ପୂଜା ପ୍ରାୟ କରାଯାଏ ନାହିଁ । ବିଷ୍ଣୁଙ୍କ ବାହନ ରୂପେ ହିଁ ତାଙ୍କୁ ବିଷ୍ଣୁଙ୍କ ସହିତ ପୂଜା କଯାଯାଇଥାଏ । ସେଥିପାଇଁ ଗରୁଡ଼ଙ୍କର ଗୋଟିଏ ନାଆଁ ବିଷ୍ଣୁରଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ନିତ୍ୟ ସେବକ ହେଉଛନ୍ତି ଗରୁଡ଼। ଵିଷ୍ଣୁ ଭଗବାନଙ୍କ ପ୍ରିୟ ବାହନ। ଶ୍ରୀମନ୍ଦିରର ଜଗ ମୋହନ ଓ ଭୋଗମଣ୍ଡପ ମଧ୍ୟବର୍ତ୍ତୀ ନାଟ ମଣ୍ଡପ ମଧ୍ୟରେ ଦଶଫୁଟ ଉଚ୍ଚତାର ଏକ ସ୍ତମ୍ଭ ଉପରେ ରହିଛନ୍ତି ଯୋଡ଼ହସ୍ତ ଗରୁଡ଼ ମୂର୍ତ୍ତି। ପ୍ରାୟ ସମସ୍ତ ଭକ୍ତ ଏହି ସ୍ତମ୍ଭ ପଛରେ ଠିଆହୋଇ ଏକତ୍ର ତ୍ରିମୂର୍ତ୍ତି ଦର୍ଶନ କରିଥାନ୍ତି ଏବଂ ଏହିସ୍ତମ୍ଭକୁ ଆଲିଙ୍ଗନ କରିଥାନ୍ତି। ଗରୁଡ଼ଙ୍କୁ ଦର୍ଶନ କଲାପରେ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି।

କଥିତ ଅଛି, ଗରୁଡ଼ଙ୍କ ସମ୍ମୁଖରେ ମହାପ୍ରଭୁ ଭୋଜନ କରିଥାନ୍ତି-

“ତୋହର ମୋହର ଦୃଷ୍ଟି ନ ପଡ଼ିବ ଯହିଁ। ସେହି ଦ୍ରବ୍ୟ ଯାକ ମୋତେ ଅମେଧ୍ୟ ଅଟଇ।”

ଭକ୍ତ ଓ ଭକ୍ତିର ଅନନ୍ୟ ବିଭାବ ମହା ପ୍ରଭୁଙ୍କର ଶୟନଯାତ୍ରା। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଶୟନ ଯାତ୍ରା ଅନୁଷ୍ଠିତ ହୁଏ। ତା’ ପରଦିନ, ଅର୍ଥାତ୍ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ମଧ୍ୟ ଶୟନ କରନ୍ତି।ଚଳିତ ବର୍ଷ ମଳମାସ ପଡ଼ିଥିବାରୁ ଗତକାଲି ଶ୍ରୀମନ୍ଦିରରେ ହରିଶୟନ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଗରୁଡ ଶୟନ ନୀତି ଶ୍ରାବଣ ମଳମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସମ୍ପର୍ଣ୍ଣ ହେବ। ଶ୍ରୀ ହରି ହରିଶୟନ ଏକାଦଶୀ ରେ ଯୋଗନିଦ୍ରା ରେ ଶୟନ କରିଥିବାରୁ ଆଜି ତାଙ୍କ ପ୍ରିୟ ବାହାନ ପକ୍ଷୀରାଜ ଗରୁଡ଼ ମଧ୍ୟ ନିଜ ପ୍ରଭୁ ଙ୍କୁ ଅନୁସରଣ କରି ନିଦ୍ରା ଯିବେ । ସେ ମଧ୍ୟ ଚାରି ମାସ ବିଶ୍ରାମ ନେବା ପରେ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ଉତ୍ଥାପିତ ହେବେ।

ଗରୁଡ଼ ଶୟନ ନୀତି ଦ୍ୱାଦଶୀରେ ପାଳନ କରାଯାଇଥାଏ । ଦ୍ୱାଦଶୀ ଦିନ ଶ୍ରୀ ମନ୍ଦିରରେ ସଂଧ୍ୟାଧୂପ ବଢିବା ପରେ ଗରୁଡ଼ସ୍ତମ୍ଭ ପାଖରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ମହାସ୍ନାନ ସାମଗ୍ରୀ ସୁଧସୁଆର ପୂଜା ଠା' କରିବା ପରେ ଜଣେ ପୂଜାପଣ୍ଡା ମହାସ୍ନାନ କରାନ୍ତି । ତା’ପରେ ଶୀତଳ ଭୋଗ କରି ଆଳତି ଓ ବନ୍ଦାପନା କରନ୍ତି । ଏଥିପୂର୍ବରୁ ‘ହରିଙ୍କ ଶୟନ' ପଲଙ୍କ ଅର୍ଥାତ୍ ପୂର୍ବରୁ ଶୋଇଥିବା ପ୍ରଭୁଙ୍କ ପଲଙ୍କ ତଳେ ଶୋଇବାପାଇଁ ଗରୁଡ଼ଙ୍କୁ ପ୍ରାର୍ଥନା କରାଯାଇ ଶୟନ ଯାତ୍ରା ଶେଷ କରାଯାଏ ।🙏❤️ #।🙏❤️

.               *ହେରାପଞ୍ଚମୀ କଥା*ଓଡ଼ିଆମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଜଣେ ରକ୍ତମାଂସଧାରୀ ସାଧାରଣ ମଣିଷ।ଋତୁ ପରିବର୍ତ୍ତନ ସମୟରେ ଆମକୁ ଯେପର...
19/07/2026

. *ହେରାପଞ୍ଚମୀ କଥା*

ଓଡ଼ିଆମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଜଣେ ରକ୍ତମାଂସଧାରୀ ସାଧାରଣ ମଣିଷ।ଋତୁ ପରିବର୍ତ୍ତନ ସମୟରେ ଆମକୁ ଯେପରି ଥଣ୍ଡା କାଶ ଜର ହୁଏ,ତାଙ୍କୁ ମଧ୍ୟ ସେପରି ହୁଏ।ଚଉଦ ଦିନ ସେ ଅଣବସର ଘରେ ରହନ୍ତି।ସେ ସମୟରେ ସେ ଭକ୍ତଙ୍କୁ ସାକ୍ଷାତ ଦିଅନ୍ତି ନାହିଁ। ଥଣ୍ଡା ରୋଗଟି ଡିଆଁ ରୋଗ। ତେଣୁ ଏହି ଚଉଦଟି ଦିନ ତାଙ୍କ ପାଇଁ କ୍ବାରାଣ୍ଟାଇନ୍ ସମୟ।

ଆମେ ଚଉସମ ଖାଇ ଥଣ୍ଡାରୋଗ ଉପଶମ କଲାଭଳି ସେ ମଧ୍ୟ ପଥି ଖାଇ ଭଲ ହୁଅନ୍ତି। ବେଶଭୂଷା ହୋଇ ଭକ୍ତଙ୍କୁ ପୁଣି ଥରେ ଦର୍ଶନ ଦିଅନ୍ତି। ଜ୍ବର ପରେ ଦେହ ରିଶିରିଶି ଲାଗେ, ମନ ଖଟକା ଲାଗେ। ଜରୁଆ ପାଟି ଭଲମନ୍ଦ ଟିକିଏ ଚାଖିବାକୁ ଚାହେଁ, ବାହାରେ ଟିକିଏ ବୁଲି ଆସିବାକୁ ଚାହେଁ। ସେଥିପାଇଁ ଜଗନ୍ନାଥ ନବଦିନ ଯାତ୍ରାରେ ବାହାରନ୍ତି। ବାହାରେ ବୁଲି ଦେହ ମନ ପ୍ରଫୁଲ୍ଲ କରନ୍ତି। ମାଉସୀ ମା'ଙ୍କ ଘରେ ପୋଡପିଠା ଖାଇ,ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେଇ ମନ୍ଦିରକୁ ପୁଣି ଥରେ ଫେରି ଆସନ୍ତି।

ପତ୍ନୀଙ୍କୁ ସାଙ୍ଗରେ ନ'ନେଇ ଯାଇଛନ୍ତି; ତେଣୁ ଗାଳି ସେ ଶୁଣିବେନି ତ ଶୁଣିବ ଆଉ କିଏ ? ସ୍ବାମୀ ଏକା ଏକା ବାହାରକୁ ଗଲେ ଓଡିଆଣୀ ମନ ଯେମିତି ଛଟପଟ ହୁଏ ଲକ୍ଷ୍ମୀଙ୍କର ମଧ୍ୟ ସେମିତି ଅବସ୍ଥା। ପଡୋଶୀ, ଭଗ୍ନୀ ବିମଳାଙ୍କ ଘରକୁ ଯାଇ ମନ କଥା କହନ୍ତି। ବିମଳା କହନ୍ତି... ବଡ଼ ହଟିଆ, ପ୍ରୀତି ରଙ୍କାଳିଆ ତୁମ କଳାକାହ୍ନୁ; ଯଦି ଆଉ କାହା ପ୍ରେମରେ ପଡିଯିବେ, ତୁମ ଘର ସଂସାର ସରିଯିବ ଭଉଣୀ।ବିଳମ୍ବ ନକରି ଶୀଘ୍ର ଯାଇ ଜଗନ୍ନାଥଙ୍କ ପାଖରେ ପହଞ୍ଚି ଯାଅ।ହାତରେ କର୍ପୂରମିଶା ମୋହାଞ୍ଜନ ନେଇଥିବ।ଠାକୁରଙ୍କୁ ସେ ଅଞ୍ଜନ ଲଗାଇଲେ ସେ ତୁମ ପଛେ ପଛେ ଧାଇଁ ଆସିବେ।ବିମଳାଙ୍କ କଥା ଶୁଣି ଲକ୍ଷ୍ମୀ ହାତରେ ମୋହାଞ୍ଜନ ଧରି ଆଡ଼ପ ମଣ୍ଡପକୁ ଯିବାପାଇଁ ପ୍ରସ୍ତୁତ ହୁଅନ୍ତି।ଏହା ହିଁ "ହେରାପଞ୍ଚମୀ" ବା "ହେଡା ପଞ୍ଚମୀ" ରେ ଲକ୍ଷ୍ମୀଙ୍କ ଆଡ଼ପ ମଣ୍ଡପକୁ ଯାତ୍ରାର ଉଦ୍ଦେଶ୍ୟ।

ହାତରେ ମୋହାଞ୍ଜନ ନେଇ ଲକ୍ଷ୍ମୀ ଠାକୁରାଣୀ ଶରଧାବାଲିରେ ନନ୍ଦିଘୋଷ ରଥ ଆଗରେ ପହଞ୍ଚନ୍ତି।ପଣ୍ଡା ପଢିଆରୀମାନେ ଠାକୁରାଣୀଙ୍କୁ ଦେଖି ବନ୍ଦାପନା କରନ୍ତି।

ବିରହିଣୀ ଲକ୍ଷ୍ମୀଙ୍କ ମନ କଥା କେବଳ ଭୁକ୍ତଭୋଗୀ ଜଗନ୍ନାଥ ହିଁ ଜାଣନ୍ତି।ଶରଧାବାଲିକୁ ବିରହ ବିଧୁରା ଇନ୍ଦିରା ଆସିଛନ୍ତି ଜଗନ୍ନାଥଙ୍କ ସହିତ ମିଳନ ପାଇଁ। ନନ୍ଦିଘୋଷ ରଥ ପାଖରେ ଅଟକିଛି ଲକ୍ଷ୍ମୀଙ୍କ ବିମାନ।

ମାଜଣା, ପୂଜା, ବନ୍ଦାପନା ପରେ ଲକ୍ଷ୍ମୀ ଅପେକ୍ଷା କରିଛନ୍ତି ପ୍ରଭୁଙ୍କ ଆଜ୍ଞାମାଳକୁ। ପତିଙ୍କ ବିନାଆଜ୍ଞାରେ ସେ ଆଡ଼ପ ମନ୍ଦିରରେ ପ୍ରବେଶ କରନ୍ତେ କିପରି !

ସବୁ ଅପେକ୍ଷାର ଅନ୍ତ ହେଲା। ଗୁଣ୍ଡିଚା ଘରେ ମହାସ୍ନାନ ପରେ, ଲକ୍ଷ୍ମୀଙ୍କ ଅଙ୍ଗଲାଗି ପାଇଁ ଉଦ୍ଦିଷ୍ଟ ଶାଢ଼ିକୁ ମହାପ୍ରଭୁ ଛୁଇଁ ଦେଲେ ଏବଂ ସେବାୟତଙ୍କ ଦ୍ବାରା ପଠାଇ ଦେଲେ କମଳାଙ୍କ ଅଙ୍ଗଲାଗି ପାଇଁ। ବେଶଭୂଷା ହୋଇ ମହାଲକ୍ଷ୍ମୀ ଜୟବିଜୟ ଦ୍ଵାରରେ ପହଞ୍ଚନ୍ତି। କିନ୍ତୁ ସମୟ ଉପରେ କାହାର ହାତ ଅଛି ?ସେବାୟତମାନେ ସେହି ସମୟରେ ଠାକୁରମାନଙ୍କ ଆଳତିରେ ବ୍ୟସ୍ତ।କବାଟ ପଡ଼ିଗଲା; ଲକ୍ଷ୍ମୀଙ୍କୁ ଭିତରକୁ ଯିବାପାଇଁ ଦିଆଗଲା ନାହିଁ। ଲକ୍ଷ୍ମୀଙ୍କ କ୍ରୋଧ ଚରମ ସୀମାରେ। ନାକଚଣା ବାଟ ଦେଇ ଜଗତ୍'ମାତା ଆଡପ ପୀଠରେ ପହଞ୍ଚି , ବନ୍ଦାପନା ପରେ ଜଗନ୍ନାଥଙ୍କ ଉପରକୁ ମୋହାଞ୍ଜନ ଫିଙ୍ଗିଦେଇ ତରତର ହୋଇ ବାହାରି ଆସିଲେ। କାହା ଉପରେ ବା ରାଗ ଶୁଝାଇବେ ? ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ରଥକୁ ପ୍ରହାର କଲେ ମହାଲକ୍ଷ୍ମୀ। ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗିଯାଇ ଖସିପଡିଲା।

ବିଳମ୍ବିତ ପ୍ରହରରେ ହେରାଗୋହିରୀ ସାହି ବାଟରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଗଲାବେଳେ ସିନା ଆନନ୍ଦରେ ଖୋଳମର୍ଦଳ ବଜାଇ ପଟୁଆରରେ ଯାଇଥିଲେ। ଫେରିବା ବେଳର ଦୃଶ୍ୟ ସମ୍ପୂର୍ଣ ନିଆରା; ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନପାରି ଲଜ୍ଜିତା ମଧ୍ୟ ଜଗତ ଜନନୀ। ବିନା ସୋର-ଶବ୍ଦରେ ମନ୍ଦିରରେ ପ୍ରବେଶ କଲେ ମହାଲକ୍ଷ୍ମୀ; ଭାବୁଥିଲେ.. ଆସନ୍ତୁ ସିଏ, ତାଙ୍କର ପଦେକୁ ମୋର ପଦେ

ଲକ୍ଷ୍ମୀ ରାଗରେ ଫେରି ଆସିବା ପରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ମନ ଉଚ୍ଚାଟ ହେଲା; ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଜଗନ୍ନାଥ। ଓଡ଼ିଆ ସମାଜରେ ଘରସଂସାରର ସ୍ନେହ, ପ୍ରେମ ଝଗଡାଝାଟିର କାହାଣୀ ଏହାଠାରୁ ଅଧିକ ମନୋରମ ଓ ନାଟକୀୟ ଶୈଳୀରେ ଚିତ୍ରିତ ହେବା ଆଉ କେଉଁ ଠାକୁରଙ୍କ ଯାନିଯାତ୍ରାରେ ଦେଖିବାକୁ ମିଳେ ନାହିଁ; ଅନନ୍ୟ ଆମ କାଳିଆ ଠାକୁର।

Address

Puri
Puri
752001

Telephone

+919776642017

Website

Alerts

Be the first to know and let us send you an email when Jay Jagannath Group Seva Puja posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jay Jagannath Group Seva Puja:

Shortcuts

Share